Latest Odisha News

BREAKING NEWS

ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର୍, ହରମନପ୍ରୀତଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତୀୟ ମହିଳା ଦଳ ପାକିସ୍ତାନକୁ ଭେଟୁଛି ।

ଟାଇଟଲ୍ ଦାବିଦାର ଭାରତ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଆଜିର ଏହି ମ୍ୟାଚରେ ପାକିସ୍ତାନକୁ ଧୁଳିଚଟାଇ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ।

ନ୍ୟୁଜିଲାଣ୍ଡ ବିରୁଦ୍ଧ ପ୍ରଥମ ମ୍ୟାଚରେ କପ୍ତାନ ହରମନପ୍ରୀତ କୌରଙ୍କ ଆକର୍ଷଣୀୟ ଶତକ ଭାରତୀୟ ଶିବରରେ ନୂଆ ଉତ୍ସାହ ଆଣିଦେଇଛି । ଚିର ପ୍ରଦିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପୁରା ଦଳ ସମସ୍ତ ଶକ୍ତି ଖଟାଇ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । ତେବେ ଏହି ମ୍ୟାଚରେ ସମସ୍ତଙ୍କ ନଜର୍ ରହିବ ଅଧିନାୟିକା ହରମନପ୍ରୀତଙ୍କ ଉପରେ, କାରଣ ଏହି ଅଲରାଉଣ୍ଡର୍ ଭାରତୀୟ ଅଧିନାୟିକା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ।

ଭାରତୀୟ ଦଳ – ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପ-ଅଧିନାୟିକା), ତାନିଆ ଭାଟିଆ(ୱିକେଟ ରକ୍ଷିକା), ଏକତା ବିଷ୍ଟ, ଦୟାଲନ ହେମଲତା, ମାନସୀ ଜୋଷୀ, ବେଦା କୃଷ୍ଣମୂର୍ତ୍ତି, ମାତାଲୀ ରାଜ, ଅରୁନ୍ଧତୀ ରେଡ୍ଡି, ପୂଜା ବସ୍ତ୍ରକାର, ରାଧା ଯାଦବ

ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଭାରତୀୟ ସମୟ ରବିବାର ରାତି ୮:୩୦ରେ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.