Latest Odisha News

ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି: କହିଲେ, ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ

ଭୁବନେଶ୍ୱର: ପହଣ୍ଡି ଅଘଟଣକୁ ଦୁଃଖଦ କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଡପ ବିଜେ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ପଡିଯିବା ଘଟଣାରେ ଦେଲେ ବଡ ବୟାନ। କହିଲେ ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

ବଡଠାକୁର ଗଳିପଡିବା ବଡ ଦୁଃଖଦାୟକ ବୋଲି କହିଛନ୍ତି ଭର୍ତ୍ତୃହରି । ଘଟଣାରେ ଖାଲି ତଦନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହି ଏତେ ମାତ୍ରାରେ ଲୋକ କଣ ପାଇଁ ରଥରେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। ଭର୍ତ୍ତୃହରି କହିଛନ୍ତି, ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଏଭଳି ଘଟଣା ଇତିହାସରେ କେବେ ଦେଖି ନଥିଲୁ। ରଥରେ ଏତେ ଲୋକ ଚଢ଼ିଲେ କେମିତି ଏବଂ କାହିଁକି ଚଢ଼ିଲେ ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି।

ଏହି ଘଟଣାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରଥରେ କେଉଁମାନେ ଚଢ଼ିପାରିବେ ତାହାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି। କାହିଁକି ଏହା କାର୍ଯ୍ୟକାରୀ ହେଲାନି ଏଦିଗରେ ପ୍ରଶାସନ ଧ୍ୟାନ ଦେବା ଉଚିତ୍ ବୋଲି କହି ବର୍ଷିଲେ ଭର୍ତ୍ତୃହରି। ଅନ୍ୟପଟେ ପହଣ୍ଡି ଅଘଟକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସେ ଚିଠି ମାଧ୍ୟମରେ କହିଛନ୍ତି, ମହାପ୍ରଭୁ ଓଡିଆ ଜାତିର ମୁରବୀ, ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ । ପହଣ୍ଡି ବେଳେ ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଆଉ ଏମିତି ଏକ ସ୍ପର୍ଶକାତର ମାମଲାରେ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଭକ୍ତଙ୍କୁ ଆଘାତ ଦେଇଛି । ତେଣୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ନବୀନ ।

Comments are closed.