Latest Odisha News

BREAKING NEWS

ଶ୍ରାବଣ ତୃତୀୟ ସୋମବାରରେ ଗୁପ୍ତେଶ୍ୱରଙ୍କ ପୂଜା

କୋରାପୁଟ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର l କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଦିନ କାଉଡିଆଙ୍କ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଗୁପ୍ତେଶ୍ୱର ପୀଠ ଖାଁ ଖାଁ ରହିଛି l ପୀଠରେ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନି ଆଉ ଶୁଣିବାକୁ ମିଳିଲାନାହିଁ l କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍‌ବମ୍‌ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ କରିବା ପରେ ଏଥର ଶ୍ରାବଣ ଜଳାଭିଷେକରୁ ବଞ୍ଚତ ହୋଇଛନ୍ତି ଶହ ଶହ କାଉଡିଆ ।

ସରକାରଙ୍କ କୋଭିଡି ନିୟମ ଅନୁଯାୟୀ ମନ୍ଦିରର ଦ୍ୱାର ବନ୍ଦ ଥିବାବେଳେ ଶ୍ରଦ୍ଧାଳୁଙ୍କ ଗେଟ ବାହାରେ ଭିଡ଼ ଜମିଥିଲା l  ଶ୍ରଦ୍ଧାଳୁ ବାହାରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିବା ବେଳେ କିଛି କାଉଡିଆ ମାନେ ବାଧ୍ୟହୋଇ ମନ୍ଦିର ଗେଟ ବାହାରେ ଜଳାଭିଷେକ ସହ ନିଜେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି l କିନ୍ତୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ଭକ୍ତି ଭାବ କମି ନଥିବା ବେଳେ ମନ୍ଦିର ଭିତରେ ପ୍ରଭୁଙ୍କ ଲିଙ୍ଗ ଦର୍ଶନରୁ ବଞ୍ଚିତ ଥିବା ଯୋଗୁଁ ସେମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି l

କେବଳ ପୂଜକ ଏବଂ ସେବାୟତ ଗୁପ୍ତେଶ୍ୱରଙ୍କ ବିଧି ଅନୁଯାୟୀ ରୀତିନୀତି ପୂଜାର୍ଚ୍ଚନା କରିଛନ୍ତି l  ନିୟମ ଅନୁଯାୟୀ ଦୀର୍ଘ ଦିନ ଧରି ତାଲା ବନ୍ଦ ଥିବା ବେଳେ ଶ୍ରାବଣରେ କିଛି ଦୁଇ ପଇସା ରୋଜଗାର କରିବା ଆଶା ରଖିଥିଲେ ସ୍ଥାନୀୟ ବେପାରୀ ମାନେ କିନ୍ତୁ ତାହା ମଧ୍ୟ ମଉଳି ଯାଇଛି l

Leave A Reply

Your email address will not be published.