Latest Odisha News

BREAKING NEWS

୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ

କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା ‘କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା’ ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ଇଡିଆଇର ରାଜ୍ୟ ସଂଯୋଜକ ସୈକତ ସୁତ୍ରଧର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷିତ ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଏଫଡିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ, ଏହି ଭଳି ତାଲିମ କର୍ମଶାଳା ଆୟୋଜିତ ହେଲେ ତାହା ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ପେପର ମାଚି ଡିଜାଇନର ହରିହର ସୁତାରଙ୍କ ପ୍ରଶିକ୍ଷକଣରେ, ଏହି କର୍ମଶାଳାରେ ୫୦ ଜଣ ଗ୍ରାମୀଣ ମହିଳା ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ କାଗଜ ଓ କାଗଜ ମଣ୍ଡ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଗଣେଷ ମୁଖା, ହାତୀ, ବୁଦ୍ଧ ମୁଣ୍ଡ ଆଦି ୧୫ ପ୍ରକାରର କଳାକୃତି ତିଆରିର କଳକୈାଶଳ ଶିଖିଥିଲେ । ତାହା ସହ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଙ୍ଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଣ୍ଟିଂ କରି ଆକର୍ଷଣୀୟ କରାଇବା ସମ୍ପର୍କରେ ତାଲିମ ନେଇଥିଲେ ।

ଗ୍ରାମୀଣ ମହିଳାମାନଙ୍କୁ ହସ୍ତକଳା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ, ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ମୂଳ ଲକ୍ଷ ଥିଲା ।

Leave A Reply

Your email address will not be published.