Latest Odisha News

BREAKING NEWS

ଆରମ୍ଭ ହେଲା ରାଣା ଦଗୁବତି ଓ ମିହିକା ବଜାଜଙ୍କ ‘ପ୍ରି ୱେଡିଙ୍ଗ ସେଲିବ୍ରେସନ’

ମୁମ୍ବାଇ: ସାଉଥ ଷ୍ଟାର ରାଣା ଦଗୁବତି ତାଙ୍କ ପ୍ରେମିକା ମିହିକା ବାଜାଜଙ୍କ ସହ ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଆରମ୍ଭ ହୋଇଯାଇଛି ଏହି କପୁଲଙ୍କ ପ୍ରି ୱେଡିଙ୍ଗ ସେଲିବ୍ରେସନ।

ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ସହ ଏହି ଶୁଭ ଉତ୍ସବର ଖୁସି ବାଣ୍ଟିବାକୁ, ରାଣା ଓ ତାଙ୍କ ଭାବି ପତ୍ନୀ ମିହିକା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫୋଟୋ ପୋଷ୍ଟ କରିଛନ୍ତି।

ଏହି ଫୋଟୋ ଗୁଡିକରେ, ମିହିକା ଏକ ପାରମ୍ପାରିକ ଲେହେଙ୍ଗା ଏବଂ ଅଳଙ୍କାର ପିନ୍ଧିଥିବାର ନଜର ଆସିଛନ୍ତି ।

ଏହି ଫୋଟୋ ପୋଷ୍ଟ କରି ସେ, ଲେଖିଛନ୍ତି ଯେ, “ସେଲିବ୍ରେସନ ଜାରି ରହିଛି! ମୋର ଦିନକୁ ଅଧିକ ସ୍ୱତନ୍ତ୍ର କରିଥିବାରୁ ଧନ୍ୟବାଦ!

ସେ ପୋଷ୍ଟ କରିଥିବା ଫୋଟୋ ଗୁଡିକ ଉପରେ ଥରେ ନଜର ପକାନ୍ତୁ:

Leave A Reply

Your email address will not be published.