Latest Odisha News

ମହାପ୍ରଭୁଙ୍କର ପ୍ରିୟ ପଖାଳ, ଘିଅ ପଖାଳ ବାସ୍ନାରେ ମହକିବ ବଡ଼ଦେଉଳ

‘ପଖାଳ’ ତା’ର ସ୍ୱାଦ ମଧୁର । କୋଟି କୋଟି ଓଡ଼ିଆଙ୍କ ପସନ୍ଦ ପଖାଳ । ଖାଲି ଓଡ଼ିଆ ମାନଙ୍କର ପଖାଳ ପସନ୍ଦ ତାହା ନୁହେଁ ମହାପ୍ରଭୁ ମଧ୍ୟ ପଖାଳ ପ୍ରିୟ । ବଡ଼ଦେଉଳରେ ମହାପ୍ରଭୁଙ୍କ ପାଖରେ ଛପନ ପଉଟି ଭୋଗ ଲାଗି ହୋଇଥାଏ ହେଲେ ମହାପ୍ରଭୁଙ୍କର ଆଦର ରହିଥାଏ ପଖାଳରେ । ତେଣୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ୫ ପ୍ରକାର ପଖାଳ ଭୋଗ  ।

ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ସୁବାସିତ ପଖାଳ, ମିଠା ପଖାଳ, କମଳା ପଖାଳ, ଚିପୁଡ଼ା ଓ ଦହି ପଖାଳ । ଏହି ପଖାଳକୁ ପ୍ରସ୍ତୁତ କରିଥାଆନ୍ତି ତୁଣ ସୁଆର ଓ ଥାଳି ସୁଆର ସେବକ । ରୋଷଘରେ ଅଛି ୨ ଟି ସ୍ୱତନ୍ତ୍ର ପଖାଳ କୁଣ୍ଡ  । ପଖାଳ ବାଢ଼ିବା ପାଇଁ ମଧ୍ୟ ସ୍ୱତନ୍ତ୍ର ମାଟିପାତ୍ର ତଥା ପଖାଳ ଓଳି ରହିଛି  । ତେବେ  ଶ୍ରୀ ଜଗନ୍ନାଥଙ୍କୁ ପଖାଳ ଅର୍ପଣ କରିବାର ବିଧି କାହିଁ ପୁରୁଣା । ପ୍ରତିଦିନ ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଭୋଗରେ ଠାକୁରଙ୍କୁ ପଖାଳ ଭୋଗ ଅର୍ପଣ ହୁଏ  ।

ସୁବାସିତ ପଖାଳ, ଦହି ପଖାଳ, ମିଠା ପଖାଳ ଘିଅ ପଖାଳ, କମଳା ପଖାଳ ଆଦି ଠାକୁରଙ୍କ ପସନ୍ଦ । ମହାପ୍ରଭୁ ଯେତେ ଛପନ ଭୋଗ ଖାଇଲେ ମଧ୍ୟ କଦଳୀ ଭଜା ସହ  ନିତ୍ୟ ପଖାଳ ସେବନ କରିଥାଆନ୍ତି  । ସନ୍ଧ୍ୟା ଧୂପ ସମୟରେ ପଖାଳ ଓଳିରେ ପ୍ରତିଦିନ ମହାପ୍ରଭୁ ପଖାଳ ସେବନ କରନ୍ତି  । କେବଳ ସେତିକି ନୁହେଁ, ବଡ଼ସିଂହାର ସମୟରେ ମଧ୍ୟ ମହାପ୍ରଭୁ ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ପଖାଳ ପ୍ରିୟ ଓ ତାଙ୍କଠାରୁ ପଖାଳର ଏ ପରିକଳ୍ପନା ତାହା ଗବେଷକମାନେ ସ୍ବୀକାର କରନ୍ତି ।

Leave A Reply

Your email address will not be published.