Latest Odisha News

BREAKING NEWS

ସଲମାନଙ୍କୁ ଧମକ ନେଇ ଚିନ୍ତାରେ ପରିବାର

ମୁମ୍ବାଇ: ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକରେ ଏବେ ସଲମାନ ଖାଁଙ୍କ ପରିବାର ଲୋକେ ଭୟଭୀତ । କୃଷ୍ଣସାର ମୃଗ ହତ୍ୟା କରି ସଲମାନ ବିଶ୍ନୋଇ ସମ୍ପ୍ରଦାୟର ଶତ୍ରୁ ପାଲଟି ଯାଇଛନ୍ତି । ଧମକ ପରେ ଏବେ ସଲମାନଙ୍କ ଘର ଆଗରେ ପୋଲିସ ନିୟୋଜିତ କରାଯାଇଛି । ରିପୋର୍ଟ ମୁତାବକ ସଲମାନଙ୍କୁ ଅନ ଗ୍ରାଉଣ୍ଡ ଇଭେଂଟରେ ଅଂଶଗ୍ରହଣ ନ କରିବା ପାଇଁ ପରିବାର ପକ୍ଷରୁ ତାଙ୍କୁ ସତର୍କ କରାଯାଇଛି । ସେ ଏବେ ମୁମ୍ବାଇ ବାହାରେ ଅଛନ୍ତି । ଘରକୁ ଫେରିବା ପରେ ସୁରକ୍ଷାକର୍ମୀ ଏବଂ ପରିବାରବର୍ଗଙ୍କ ସହ ଆଲୋଚନା କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସଲମାନଙ୍କ କିସି କେ ଭାଇ କିସି କେ ଜାନ ଏପ୍ରିଲ ମାସରେ ରିଲିଜ ହେବ ।

BjdElectrycity

ଏହାର ପ୍ରମୋଶନ ପାଇଁ ମେକର୍ସ ନୂତନ ରଣନୀତି ଆପଣାଇବା ପାଇଁ ଯୋଜନା କରୁଛନ୍ତି । ସଲମାନଙ୍କୁ ଧମକ ଦେବା ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ, ଗୋଲ୍ଡି ବରାର ଓ ରୋହିତ ଗର୍ଗଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିକଟରେ ଇମେଲରେ ଆସିଥିବା ଧମକର ତଦନ୍ତ ସାଇବର ସେଲ କରୁଛି ।

Leave A Reply

Your email address will not be published.