Latest Odisha News

BREAKING NEWS

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ଧୋନୀ !

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କୁ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ଆଗାମୀ ଆଇପିଏଲରେ ଖେଳିବା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ନିଜେ ମଧ୍ୟ ଏଥିନେଇ ନିଶ୍ଚିତ ନୁହେଁ । ପ୍ରଶଂସକମାନେ ହଳଦିଆ ଜର୍ସିରେ ମୋତେ ଦେଖିପାରିବେ କିନ୍ତୁ ଖେଳିବି କି ନାହିଁ ତାଙ୍କ ନିଜେ ମଧ୍ୟ ସ୍ଥିର କରିପାରି ନାହିଁ । ତାଙ୍କର ଏହି ମନ୍ତବ୍ୟ ପ୍ରଶଂସକଙ୍କୁ କିଛି ମାତ୍ରାରେ ନିରାଶ କରିଛି । ନିକଟରେ ଏକ ପ୍ରେସ ମିଟରେ ସେ କହିଥିଲେ ମୁଁ ଚେପକ ଗ୍ରାଉଣ୍ଡରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବାକୁ ଚାହୁଁଛି ।

ସୂଚନାଯୋଗ୍ୟ, ଆଗାମୀ ସିଜନରୁ ଆଇପିଏଲରେ ୨ଟି ନୂତନ ଟିମ ସାମିଲ ହେବ । ଏଥିନେଇ କେତେକ ନିୟମ ମଧ୍ୟ ପରିବର୍ତନ ହେବାର ସମ୍ଭାବନା ରହିଛି । ଧୋନୀ ଆଶଙ୍କାରେ ରହିଛନ୍ତି ଯେ, ଖେଳାଳିଙ୍କୁ ରଟେନ କରିବା ପାଇଁ ଲାଗୁ କରାଯିବାକୁ ଥିବା ନିୟମରେ ସେ ଫିଟ ରହିବେ କି ନାହିଁ ।

Leave A Reply

Your email address will not be published.