ନ୍ୟୁୟର୍କ: ଆମ ଦେଶରେ ବିବାହକୁ ନେଇ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ସେମିତି କିଛି ନାହିଁ । ଗୋଟିଏ କଥା ସମସ୍ତେ ଜାଣନ୍ତି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ରକ୍ତ ସମ୍ପର୍କ ରହିବା ଉଚିତ୍ ନୁହେଁ । ଆଉ ଭାଇ ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ । ତଥାପି, ଏହିପରି ଅନେକ ମାମଲା ସାମ୍ନାକୁ ଆସିଥାଏ, ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ରକ୍ତ ସମ୍ପର୍କ ମଧ୍ୟ ରହିଥାଏ । ନିକଟରେ ନ୍ୟୁୟର୍କରେ ଜଣେ ଯୁବକ ଏମିତି ଜଣେ ଝିଅ ପ୍ରେମରେ ପଡ଼ି ବିବାହ କରିଛନ୍ତି, ଯିଏ ପ୍ରକୃତରେ ତାଙ୍କର ନିଜ ଭଉଣୀ ଥିଲେ । ଯୁବକ ଜଣକ ଏନେଇ ସୋସିଆଲ ମିଡ଼ିଆରେ ନିଜର ଏହି କାହାଣୀ ସେୟାର କରିଛନ୍ତି ।
୨୯ ବର୍ଷୀୟ ଯୁବକ କହିଛନ୍ତି ଯେ, ସେ ତାଙ୍କ ମାଙ୍କର ଏକମାତ୍ର ସନ୍ତାନ । ତାଙ୍କ ମାଆ ଜଣେ ଡାକ୍ତର ଥିଲେ । ପିଲାବେଳୁ ସେ ତାଙ୍କ ଜେଜେମା ଘରେ ରହୁଥିଲେ । ଯୁବକ ଜଣକ ତାଙ୍କ ବାପାଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ କି ତାଙ୍କ ମାଆ ବି ଜଣାଇ ନ ଥିଲେ । ଯେତେବେଳେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା ସେ ଜଣେ ୧୯ ବର୍ଷର୍ୀୟା ଯୁବତୀଙ୍କ ପ୍ରେମରେ ପଡ଼ିଲେ । ବର୍ଷେ ଡେଟିଂ କରିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଦୁଃଖର ବିଷୟ ଏହି ସମୟରେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଯୁବକଙ୍କ ମାଆଙ୍କ ମୃତ୍ୟୁ ଘଟିଲା । କିଛି ମାସ ପରେ ଉଭୟେ ବିବାହ କଲେ ।
ଦିନେ ଏହି ଦମ୍ପତି ମାଆଙ୍କର ଏକ ପୁରୁଣା ଆଲବମ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଅଧିକାଂଶ ଫଟୋରେ ତାଙ୍କ ମାଆଙ୍କ ସହ ଶ୍ୱଶୁର ଏକାଠି ଥିବା ଦେଖିବାକୁ ପାଇଲେ । ଏନେଇ ଯୁବକ ଜଣକ ତାଙ୍କ ଶ୍ୱଶୁରଙ୍କୁ ପଚାରିବାରୁ ସେ ସବୁ ସତ କହିଥିଲେ । ସେ କହିଥିଲେ ଯେ, କଲେଜ ସମୟରେ ଆମେ ଦୁଇ ଜଣ ଉଭୟଙ୍କୁ ବହୁତ ଭଲ ପାଉଥିଲୁ । ଯେତେବେଳେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଲୁ ଆମ ଘରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ତୁମ ଜେଜେମାଆ । ହେଲେ ସେତେବେଳେ ଆମ ଘର ଲୋକ ଏହି ବିବାହକୁ ବିରୋଧ କରିଥିଲେ । ପରେ ଆମ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଘର ଲୋକ ମୋତେ ଅନ୍ୟଆଡ଼େ ବିବାହ କରାଇ ଦେଲେ । ଏବେ ଯେଉଁ ଝିଅ ତୁମର ପତ୍ନୀ ହୋଇଛି ପ୍ରକୃତରେ ସେ ତୁମର ସାବତ ଭଉଣୀ ।
ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଏତେ ଭଲ ପାଉଥିଲେ ଯେ, ଛାଡ଼ିବାକୁ ରାଜି ନାହାନ୍ତି । ଏବେ ସେମାନେ ସ୍ୱାମୀସ୍ତ୍ରୀ ହୋଇ ରହିଛନ୍ତି ।
Comments are closed.