Latest Odisha News

BREAKING NEWS

ତ୍ରିକୋଣୀୟ ପ୍ରେମ, ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ରାଜଧାନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହତ୍ୟା କରିଥିବା ସୂଚନା ରହିଛି । ମୃତକ ଯୁବକ ହେଲେ ଅଞ୍ଜନ । ଦେଖା କରିବା ବାହାନାରେ ଡାକି ଖଣ୍ଡାରେ ଆକ୍ରମଣ କରିଥିଲେ ।

ସୂଚନା ଅନୁସାରେ ଯୁବକ ଜଣଙ୍କ କକଟେଲ ବୟ ଭାବେ କାମ କରୁଥିଲେ । ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ପରେ ଯୁବତୀ ପୁରୁଣା ପ୍ରେମିକ ଫେରାର ହୋଇଯାଇଥିବା ସୂଚନା ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.