Latest Odisha News

BREAKING NEWS

ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର 

ଭୁବନେଶ୍ୱର:  ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ନିର୍ବାଚନ ଲଢ଼ିବୁ ବୋଲି ଆଜି  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  କହିଛନ୍ତି ।

ଆଜି ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକ ପରେ ବିସ୍ତୁତ ସୂଚନା ଦେବୁ ବୋଲି ବିଜୟପାଲ ସିଂ ତୋମାର  କହିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଦିଲ୍ଲୀରୁ ଫେରିବା ପରେ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା । ମନମୋହନ ସାମଲ ପ୍ରଥମେ କହିଥିଲେ,‘‘ ମେଣ୍ଟ ନେଇ ଆଲୋଚନା ଚାଲିଛି । ସବୁ ଠିକ୍ ଚାଲିଛି । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ।’’

ଏହି ପ୍ରତିକ୍ରିୟା ଦେବାର କିଛି ସମୟ ପରେ ତାଙ୍କର ମନ୍ତବ୍ୟ ବଦଳେଇ ଦେଇଥିଲେ । ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ଗଣମାଧ୍ୟମଙ୍କ ପ୍ରଶ୍ନରେ  ବିଜେପି ସଭାପତି ମନମୋହନ ସାମଲ କହିଥିଲେ,’’ ଓଡ଼ିଶାରେ ବିଜେପି ସରକାର ହେବ । ଓଡ଼ିଶାର ଅସ୍ମିତା ନେଇ ବିଜେପି ନିର୍ବାଚନ ଲଢ଼ିବ । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ । ବିଜେପି ଏକାକୀ ସରକାର କରିବ ।’’

Leave A Reply

Your email address will not be published.