ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ ।
ଏଭଳି ଘଟଣା ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ । ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କଠୁ ୯୭ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନି ବୟଫ୍ରେଣ୍ଡ । ତେଣୁ କମିଶନରେଟ୍ ପୋଲିସ ଏବେ ଝାଡ଼ଖଣ୍ଡ ଯିବାକୁ ଯୋଜନା କରୁଛି ।
ଅପରପକ୍ଷେ ପ୍ରଥମେ ପ୍ରେମ ଓ ପରେ ବ୍ଲାକମେଲିଂ କରି ଜଣେ କିଶୋରୀଙ୍କୁ ଆଉ ଜଣେ ଯୁବକଙ୍କ ୧୦ ଭରି ସୁନା ହଡ଼ପ କରି ଗିରଫ ହୋଇଥିବା ଘଟଣା ମଧ୍ୟ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.