Latest Odisha News

BREAKING NEWS

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା ଜଣାପଡ଼ିଛି । ଗୁଳିଟି ମୁରାରୀଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରତ୍ୟକ୍ଷଦର୍ଶୀ ଏବଂ ମୃତକଙ୍କ ଭାଇଙ୍କ କହିିବା କଥା, ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ।

Leave A Reply

Your email address will not be published.