Latest Odisha News

ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା

ଅନୁଗୁଳ: ପ୍ରେମ ସମ୍ପର୍କ ରଖିବା ପରେ ବାହା ହେବାକୁ ପ୍ରେମିକ ମନା କଲା ପରେ ଧାରଣା ଦେଇଛି ପ୍ରେମିକା । ରାତି ଅଧରୁ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପାଦ ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ ସହ କିଶୋରନଗର ଥାନା ଉରୁକୁଳା ଅଞ୍ଚଳର ଟୁନି ପ୍ରଧାନଙ୍କ ପ୍ରେମ ସମ୍ପର୍କ ୪ରୁ ୫ ବର୍ଷ ତଳେ ଗଢ଼ି ଉଠିଥିଲା ।

ଆଉ ଏହି ସମୟରେ ଅନ୍ୟ ଆଡ଼ୁ ଟୁନିଙ୍କ ପାଇଁ ବିବାହ ପ୍ରସ୍ତାବ ଆସୁଥିବା ବେଳେ ପ୍ରଶାନ୍ତ ଭାଙ୍ଗି ଦେଉଥିଲା । ଏବେ ଟୁନି, ବାହା ହେବାକୁ କହୁଥିବା ବେଳେ ପ୍ରଶାନ୍ତ ଧରାଛୁଆଁ ଦେଉ ନାହିଁ । ସବୁ ପ୍ରକାର ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରୁଛି ।

ଫଳରେ ଟପନି କଣଲୋଇ ଗାଁରେ ପ୍ରଶାନ୍ତଙ୍କ ଘରେ ଆଗରେ ମଙ୍ଗଳବାର ରାତିରୁ ଆସି ଧାରଣାରେ ବସିଛନ୍ତି । ପ୍ରଶାନ୍ତକୁ ବାହା ହେଲେ ଯାଇ ଘର ଆଗରୁ ଉଠିବେ ବୋଲି ଜିଦ୍ ଧରିଛନ୍ତି ଟୁନି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.