ନୂଆଦିଲ୍ଲୀ: ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲିନା ବୋରଗାହନଙ୍କ ଟୁଇଟ ପରେ ଭାରତୀୟ କ୍ରୀଡା ମହଲରେ ହଇଚଇ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଆଇଓଏକୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଲଭଲିନା ଟୁଇଟ କରିଥିଲେ ଯେ, ତାଙ୍କୁ ପରୋକ୍ଷରେ ମାନସିକ ଚାପ ଦିଆଯାଉଛି । ଯେଉଁ କୋଚଙ୍କ ଲାଗି ମୁଁ ପଦକ ପାଇଲି ତାଙ୍କୁ ମୋ ଠାରୁ ଦୂରେଇ ରଖାଯାଉଛି । ଏପରିକି କ୍ରୀଡା ଭିଲେଜ ପ୍ରବେଶ କରାଇ ଦିଆଯାଉ ନାହିଁ । ଲଭଲିନା ତାଙ୍କ କୋଚ ସନ୍ଧ୍ୟା ଗୁରୁଙ୍ଗ ସହ ଅଭ୍ୟାସ କରିବାକୁ ଚାହୁଁଥିଲେ ମାତ୍ର ମ୍ୟାନେଜମେଂଟ ପ୍ରଶୟ ଦେଉ ନ ଥିବାରୁ ଲଭଲିନା ପ୍ରତିକ୍ରିୟାଶୀଳ ହୋଇଥିଲେ । ଭାରତୀୟ ମହିଳା ବକ୍ସିଂ ଟିମ କୋଚ ଭାସ୍କର ଭଟ୍ଟ ଖୁବ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି । ଲଭଲିନାଙ୍କ କୋଚ ଏବେ ଟିମ ସହିତ ସାମିଲ ହୋଇଛନ୍ତି । ବିଏଫଆଇ ଓ ଆଇଓଏ ମିଳିତ ଭାବେ ସମସ୍ୟାର ସମାଧାନ କରି ଦେଇଛନ୍ତି ବୋଲି ଭାସ୍କର କହିଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.