Latest Odisha News

BREAKING NEWS

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହି ଘୂର୍ଣ୍ଣିବଳୟ ପରବର୍ତ୍ତି ସମୟରେ ଲଘୁଚାପରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ ଏବେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଥିବାବେଳେ ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।

ତେବେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଗାମୀ ୨୬ ରୁ ୨୯ ଯାଏଁ ବର୍ଷା ଲାଗି ରହିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।

Comments are closed.