Latest Odisha News

BREAKING NEWS

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ୨୭ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିପାରେ ବର୍ଷା ପରିମାଣ । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଆଜି ୧୬ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ସମ୍ୱଲପୁର. ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଦେବଗଡ଼ ।

ସେହିପରି ଆସନ୍ତା ୨୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଜୁନରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ଜୁଲାଇରେ ନିଅଣ୍ଟିଆ ବର୍ଷିଛି । ୧୮ ଜିଲ୍ଲାରେ କମ୍ ବର୍ଷା ରେକର୍ଡ ହୋଇଛି । ଲଘୁଚାପ ବର୍ଷା ନିଅଣ୍ଟିଆ ସ୍ଥିତିର ଭରଣା କରିବ ବୋଲି ଆଶା କରାଯାଉଛି । ନହେଲେ ପ୍ରଭାବିତ ହେବ ଚାଷବାସ ।

Leave A Reply

Your email address will not be published.