Latest Odisha News

BREAKING NEWS

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ।

ଡାକ୍ତର ଅଜୟ ପରିଡ଼ା କହିଛନ୍ତି, ଡେଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି। ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ ଯଦି ରୂପ ବଦଲାଏ, ତାହାହେଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ।

ଡେଲ୍ଟା ଭାଇରସ ଯୋଗୁଁ ଦ୍ଵିତୀୟ ଲହର ଭୟଙ୍କର ହେଲା । ସାରା ଦେଶରେ ୬୫ ହଜାର ଜିନୋମ ସିକୁଏନସିଂ ହୋଇଛି। ଏଥିରୁ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

Leave A Reply

Your email address will not be published.