Latest Odisha News

BREAKING NEWS

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ

ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ । ବିଭିନ୍ନ ନୀତିକାନ୍ତି ସାରିବା ପରେ ଦୁର୍ଲଭ ସୁନାବେଶରେ ସଜେଇ ହୋଇଥିଲା ଶ୍ରୀଜିଉ । ଶଙ୍ଖ,  ଘଣ୍ଟ, ମର୍ଦ୍ଦଳ,  ଝାଞ୍ଜ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।

ମହାପ୍ରଭୁଙ୍କର ସୁନାବେଶ ଦେଖିବା ପାଇଁ ରାତି ଯାଏ ଭକ୍ତର ଆଗମନ ଲାଗି ରହିଥିଲା । କୋଭିଡ କଟକଣାକୁ କଡାକଡି ପାଳନ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତି ଏବେ ମନ୍ଦିରର ନାଟ୍ୟ ମଣ୍ଡପରେ ବିରାଜମାନ ଅଛନ୍ତି । ଆସନ୍ତାକାଲି ନୀଳାଦ୍ରି ବିଜେ ରହିଛି ।

Leave A Reply

Your email address will not be published.