Latest Odisha News

BREAKING NEWS

ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଆଜି ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଅବପାତରେ ପରିଣତ ହେବ। ପରବର୍ତ୍ତି ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ।

ବାତ୍ୟା ହେଲେ ଏହାର ନାଁ ରହିବ ପେଙ୍ଗାଲ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବନି। ଏହାର ପ୍ରଭାବରେ ୨୭ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଳାରେ ହାଲକା ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଦିନେ ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ। ଆସନ୍ତା ସପ୍ତାହ ଶେଷ ବେଳକୁ ଏହା ବାତ୍ୟାରେ ପରିଣତ ହେବ । ଦକ୍ଷିଣ ଭାରତରେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Comments are closed.