Latest Odisha News

ସତର୍କ ରୁହନ୍ତୁ, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛନ୍ତି ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ।

ଶନିବାର ଓଡିଶାର ନଅଟି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି ।

ବୁଲେଟିନ୍‌ରେ ଆଇଏମଡି କହିଛି ଯେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନ ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଅକ୍ଟୋବର ୧୯ ତାରିଖରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ, ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଧିକାଂଶ ଅଂଶରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ପ୍ରବଳ ବର୍ଷା ଚେତାବନୀକୁ ଦୃଷ୍ଟିରେ ରଖି ଆଇଏମଡି ନିମ୍ନ ଜିଲ୍ଲା ପାଇଁ ୟେଲୋ ଏବଂ ଓରେଞ୍ଜ ଚେତାବନୀ ଦେଇଛି।

ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ନୟାଗଡ଼, କୋରାପୁଟ, ମାଲକାନିଗିରି, ରାୟଗଡା ଓ କନ୍ଧମାଳ ।

ଆସନ୍ତା ଦିନଗୁଡ଼ିକରେ ସମୁଦ୍ରରେ ପବନର ବେଗ ୪୦-୫୦ କିମି/ଘଣ୍ଟା ରହିବ, ତେଣୁ ଅକ୍ଟୋବର ୧୯ ରୁ ୨୧ମଧ୍ୟରେ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ  ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଇଏମଡି ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲା ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ କହିଛନ୍ତି ।

ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ପ୍ରଦୀପ କୁମାର ଜେନା ଏକ ଚିଠିରେ କହିଛନ୍ତି-  ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ମାନଙ୍କରେ ଭୂସ୍ଖଳନ ତଥା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ତେଣୁ ଜିଲ୍ଳାପାଳମାନେ ଆଗୁଆ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ଏବଂ ଯେକୌଣସି ପରିସ୍ଥିତି ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ।

Leave A Reply

Your email address will not be published.