Latest Odisha News

BREAKING NEWS

ନିୟମ ଉଲ୍ଲଘଂନ କରିବାରୁ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌କୁ ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ‘କଣ୍ଟ୍ରି ଅଫ୍‌ ଅରିଜିନ୍‌’  ଟ୍ୟାଗ୍ ମାମଲାରେ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟକୁ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ କେତେକ ଇ-ବାଣିଜ୍ୟ କମ୍ପାନୀ ଦ୍ୱାରା ‘ କଣ୍ଟ୍ରି ଅଫ୍‌ ଅରିଜିନ୍‌  ‘ ନିୟମକୁ ଅଣଦେଖା କରାଯାଉଛି।

ସେମାନଙ୍କ ପ୍ଲାଟଫର୍ମରେ ବିକ୍ରି ହେଉଥିବା କିଛି ପ୍ରଡକ୍ଟରେ ‘ କଣ୍ଟ୍ରି ଅଫ୍‌ ଅରିଜିନ୍‌’ ର ଟ୍ୟାଗ୍ ଲଗାଯାଉନାହିଁ। ଉତ୍ପାଦଗୁଡ଼ିକ ଉପରେ ଟ୍ୟାଗ୍‌ ଲାଗିବା ଅତ୍ୟନ୍ତ ଜରୁରୀ। ଏହି ଟ୍ୟାଗ୍‌ରୁ ହିଁ ଜଣାପଡ଼ିଥାଏ ଏହା କେଉଁ ଦେଶର ପ୍ରଡକ୍ଟ।

କିନ୍ତୁ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟର କିଛି ପ୍ରଡକ୍ଟ ଉପରେ  ଏହି ଟ୍ୟାଗ୍‌ ବ୍ୟବହାର କରାଯାଉ ନାହିଁ। ତେବେ ଏ ନେଇ ଉଭୟଙ୍କୁ କୁହାଯାଇଛି ଯେ ଯଦି ସେମାନେ ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ ନ ଦିଅନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.