Latest Odisha News

BREAKING NEWS

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ ଇଜ୍ଜିତ ।

ଉତ୍ତରପ୍ରଦେଶର ଓରାଇ ଜିଲ୍ଲରାରେ ଏଭଳି ଏକ ଘଟଣା ପୁନର୍ବାର ମାନବିକତାକୁ ଲଜ୍ଜିତ କରିଛି । ଜଲୌନ ଜିଲ୍ଲାରେ ରହୁଥିବା ଜଣେ ଯୁକ୍ତ୨ର ଛାତ୍ରୀ ନିଜ ମାଆକୁ ଦେଖିବା ଲାଗି ହସ୍ପିଟାଲ ବାହାରିଥିଲା । ହେଲେ ରାସ୍ତାରେ ପଡୁଥିବା ଏକ ଜଙ୍ଗଲ ନିକଟରେ ଦୁଇଜଣ ବ୍ୟକ୍ତି ତାକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିଲେ । ନାବାଳିକାଟି ଅଚେତ ହୋଇପଡିବା ପରେ ଚମ୍ପଟ୍ ମାରିଥିଲେ ଦୁଇ ଅଭିଯୁକ୍ତ ।

ତେବେ ପୋଲିସ ନୁହେଁ ବରଂ ସୋସିଆଲ ମିଡିଆ ଜରିଆରେ ଧରାପଡିଥିଲେ ୨ ଦୁଷ୍କର୍ମକାରୀ । ଝିଅଟିର ବୟାନ ଅନୁଯାୟୀ ଦୁଷ୍କର୍ମବେଳେ ଜଣେ ଅଭିଯୁକ୍ତ ଅନ୍ୟ ଜଣକୁ ନାଁ ଧରି କଥାବାର୍ତ୍ତା ହୋଇଥିଲା । ସେହି ନାଁଟି ଝିଅଟିର ମନେ ଥିବାବେଳେ ହଠାତ୍ ସେ ଫେସ୍‌ବୁକରେ ଖୋଜାଖୋଜି କରିଥିଲା ।

ବହୁ ଖୋଜାଖୋଜି ପରେ ଶେଷରେ ପୀଡିତାଙ୍କ ନଜରରେ ପଡିଥିଲା ସେହି ସଇତାନର ଚେହେରା । ଚିହ୍ନଟ ହୋଇଥିବା ଅଭିଯୁକ୍ତ ଗୌରଭ ସୋନୀ ସମେତ ତା ସାଥୀ ନୀରଜ ସୋନୀ ଧରପଗଡରେ ପୋଲିସ ହାତରେ ଧରାପଡିଥିଲେ । ଦୁହିଁଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଗୁରୁବାର ଦିନ ଝିଅଟିର ମାଆ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହି କାରଣରୁ ପୀଡିତାଙ୍କ ବାପା ତାଙ୍କ ମାଆକୁ ଧରି ହସ୍ପିଟାଲ ଯାଇଥିଲେ । ହେଲେ ମଧ୍ୟରାତ୍ରୀରେ ଘରେ ଏକାକି ଥିବାରୁ ଭୟଭୀତ ହୋଇ ମାଆ ନିକଟକୁ ହସ୍ପିଟାଲ ବାହାରିଥିଲାବେଳେ ଝିଅଟି ସହ ଘଟିଥିଲା ଘୃଣ୍ୟ ଘଟଣା ।

Leave A Reply

Your email address will not be published.