ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଗୋଟିଏ କି ଦୁଇଟି ସ୍ଥାନରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତତ୍ସିଂହପୁର, ଖୋର୍ଦ୍ଦା, ପୁରୀ, କେନ୍ଦୁଝର, ନୂଆପଡା, ବରଗଡ, କଳାହାଣ୍ଡି, କଟକ, ବରଗଡରେ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପ୍ଟେମ୍ବର ୧୯ ସକାଳ ୮.୩୦ ରୁ ୨୦ ସେପ୍ଟେମ୍ବର ସକାଳ ୮.୩୦ ପର୍ଯ୍ୟନ୍ତ ଅତ୍ୟଧିକ ପ୍ରବଳ ବର୍ଷା ପାଇଁ ୟଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ଏହି ସବୁ ଜିଲ୍ଲାକୁ। ତେବେ ସକାଳଠୁ ଟୁଇନ ସିଟିରେ ବର୍ଷା ଜାରି ରହିଛି।
ଗୋଟିଏ ପଟେ ବର୍ଷା ହେଉଛି ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରବଳ ବର୍ଷା ପରେ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣି ଛାଡିବାକୁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
Comments are closed.