Latest Odisha News

BREAKING NEWS

ଧୂମପାନ କରୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ଫୁସଫୁସ କର୍କଟ ହେବାର ଆଶଙ୍କା

ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ଭିନ୍ନ ଭିନ୍ନ ରୋଗ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଆଜିର ଯୁଗରେ କର୍କଟ ରୋଗ ସାଧାରଣ ହୋଇଗଲାଣି। ଏହି କର୍କଟ ଲକ୍ଷଣ ଏକ ନିର୍ଦ୍ଧିଷ୍ଟ ପ୍ରକାରରେ ଦେଖାଯାଏ ନାହିଁ। ଭିନ୍ନ ଭିନ୍ନ କ୍ୟାନ୍ସରରେ ଭିନ୍ନ ଭିନ୍ନ ଲକ୍ଷଣ। ଫୁସଫୁସ କର୍କଟକୁ ବହୁତ ବିଳମ୍ବରେ ଚିହ୍ନଟ କରାଯାଏ। ତେବେ କେଉଁ କାରଣରୁ ଫୁସଫୁସ କର୍ଟକ ହୁଏ ଆସନ୍ତୁ ଜାଣିବା…

କୁହାଯାଏ ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଲା ଦୀର୍ଘକାଳୀନ ଧୂମ୍ରପାନ କରିବା ଯାହାଦ୍ୱାରା ୮୫ ପ୍ରତିଶତ କର୍କଟ ହୁଏ । କିନ୍ତୁ ଯେଉଁମାନେ କେବେ ବି ଧୂମ୍ରପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୧୦ରୁ ୧୫ ପ୍ରତିଶତ କର୍କଟ ରୋଗୀ ଜୀବନରେ କେବେ ବି ଧୂମ୍ରପାନ କରିନଥାଆନ୍ତି । ଲଣ୍ଡନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ ଏବଂ ୟୁନିଭରସିଟି କଲେଜର ଗବେଷକମାନେ ଦାବି କରିଛନ୍ତି ଯେ ଧୂମପାନ କରୁନଥିବା ବ୍ୟକ୍ତି ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ବାୟୁ ପ୍ରଦୂଷଣ ଏହାର ଏକମାତ୍ର କାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୨୦୨୦ ରେ ଫୁସଫୁସ କର୍କଟରେ ମୃତ୍ୟୁର ଏକ ପ୍ରମୁଖ କାରଣ। ସାରା ବିଶ୍ୱରେ ପ୍ରତିବର୍ଷ ୧୮ ଲକ୍ଷ ଲୋକଙ୍କର ଲଙ୍ଗ କ୍ୟାନ୍ସରରେ ମୃତ୍ୟୁ ଘଟୁଛି।

ବାୟୁ ପ୍ରଦୂଷଣରୁ କର୍କଟ ରୋଗର କାରଣ…

ଗବେଷକମାନେ କୁହନ୍ତି, ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଏକ ପ୍ରମୁଖ କାରଣ ଅଟେ। ଏଥିରୁ ଫୁସଫୁସ କର୍କଟ ହେବାର ଆଶଙ୍କା ମଧ୍ୟ ଅଛି। ବାୟୁରେ ଥିବା ୨.୫ ମାଇକ୍ରୋମିଟର ପ୍ରଦୂଷଣ ଅତି ସୂକ୍ଷ୍ମ କଣିକା ଯୋଗୁଁ ଆପଣଙ୍କର ଫୁସଫୁସ କର୍କଟ ହୋଇପାରେ। ଏହି ସୂକ୍ଷ୍ମ କଣିକା ସହଜରେ ନିଶ୍ୱାସ ଏବଂ ପାଟି ମାଧ୍ୟମରେ ଫୁସଫୁସକୁ ଯାଇ କର୍କଟ ସୃଷ୍ଟି କରେ। ୪୦ ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ କହିଥିଲେ ଯେ ବାୟୁର ପ୍ରଦୂଷଣ କଣିକା ଯୋଗୁଁ ଫୁସଫୁସ କର୍କଟ ହୁଏ।

ଗବେଷକ ଏମିଲିୟା ଲିମଙ୍କ କହିବାନୁସାରେ, ଏପରି ଅନେକ ଫୁସଫୁସ କର୍କଟ ଭଳି ସାମ୍ନାକୁ ଆସିଛି ଯେଉଁଠାରେ ଲୋକେ ଧୂମ୍ରପାନ ନକରିବା ସତ୍ତ୍ୱେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବାସ୍ତବରେ, ବିଶ୍ୱର ୯୯ ପ୍ରତିଶତ ଲୋକ ଏପରି ସ୍ଥାନରେ ବାସ କରନ୍ତି ଯେଉଁଠାରେ ପ୍ରଦୂଷଣର ସ୍ତର WHO ର ମାନକ ଠାରୁ ବହୁତ ଅଧିକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର 117ଟି ଦେଶରେ ଛଅ ହଜାରରୁ ଅଧିକ ସହରର ବାୟୁର ଗୁଣବତ୍ତାସ୍ତର ଯାଞ୍ଚ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକାଂଶ ଦେଶରେ ବାୟୁର ଗୁଣବତ୍ତା ଖରାପ ରହିଛି।

Leave A Reply

Your email address will not be published.