Latest Odisha News

BREAKING NEWS

କୁଲଦୀପଙ୍କୁ ୬ଟି ୱିକେଟ ଓ ରୋହିତଙ୍କ ବିସ୍ଫୋରକ ୧୩୭ ରନରେ ଭାରତ ବିଜୟୀ

ନଟ୍ଟିଙ୍ଗହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ୮ ଓିକେଟରେ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ କୁଲଦୀପଙ୍କ ୬ଟି ୱିକେଟ ହାସଲ ଓ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଧୁଆଁଧାର ଶତକୀୟ ଇନିଂସ ଭାରତକୁ ବିଜୟୀ କଲା ।

ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ ଭାରତୀୟ କପ୍ତାନ ବିରାଟ କୋହଲୀ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଷ୍ଟୋକ୍ସ ଓ ବଟଲର୍ ଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୨୬୮ ରନ କରିଥିଲା । ଭାରତୀୟ ବୋଲର୍ କୁଲଦୀପ ମାତ୍ର ୨୫ ରନ ଦେଇ ମୂଲ୍ୟବାନ ୬ଟି ୱିକେଟ ହାସଲ କରିଥିଲେ ।

ଭାରତୀୟ ଦଳ ୨୬୮ ରନର ପିଛା କରି ୪୦.୧ ଓଭରରେ ୨ଟି ୱିକେଟ ହରାଇ ୨୬୯ କରିଥିଲା । ଭାରତୀୟ ଇନିଂସରେ ରୋହିତ ଶର୍ମା ମୂଳରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ । ରୋହିତ ୧୧୪ଟି ବଲ ଖେଳି ଅପରାଜିତ ଭାବେ ୧୩୭ ରନ ସ୍କୋର କରିଥିଲେ । ରୋହିତ ଶର୍ମାଙ୍କ ବ୍ୟତୀତ ଶିଖର ଧାୱନ ୪୦ ଓ ବିରାଟ କୋହଲି ୭୫ ରନ କରିଥିଲେ ।

ଇଂଲଣ୍ଡ ଦଳର ମୂଲ୍ୟବାନ ୬ଟି ୱିକେଟ ନେଇଥିବା କୁଲଦୀପ ଯାଦବଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷଣା କରାଯାଇଛି ।

Leave A Reply

Your email address will not be published.