Latest Odisha News

BREAKING NEWS

ଏଥର ବର୍ଷା ଦିନେ ବି ଅସହ୍ୟ କରିବ ତାତି ଓ ଗୁଳୁଗୁଳି, ଏହି ଦୁଇ ମାସ କମ୍‌ ବର୍ଷା ଆଶଙ୍କା

ଭୁବନେଶ୍ୱର: ଏଥର ବର୍ଷା ଦିନେ ବି ଅସହ୍ୟ କରିବ ତାତି ଓ ଗୁଳୁଗୁଳି। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତ ବର୍ଷ ଦୁଇ ମାସ କମ୍‌ ବର୍ଷା ହେବା ନେଇ ଆଶଙ୍କା ରହିଛି। ମେ ମାସରୁ ଅଗଷ୍ଟ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ଗରମ ରହିବ। ପୁଣି ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ସତ୍ତ୍ଵେ ଗୁଳୁଗୁଳି କମିବନି। ବରିଷ୍ଠ ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।

ଜୁଲାଇ ମାସରୁ ଅଗଷ୍ଟ ଯାଏ କମ୍‌ ବର୍ଷା ହେବ। ମେ ମାସରେ ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଗ୍ରୀଷ୍ମଲହରୀ ବହିବା ସହ ସ୍ୱାଭାବିକଠାରୁ ଅଧିକ ଗରମ ହେବ। ଜୁନ୍‌ ମାସରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଗରମ ଅଧିକ ରହିବ। ପଶ୍ଚିମ ଓଡ଼ିଶା ସହିତ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ରହିବ। ଏହି ଦୁଇ ମାସ ଉତ୍ତର ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ।

ଜୁଲାଇ ଓ ଅଗଷ୍ଟ ମାସରେ ଓଡ଼ିଶା ସମେତ ସଂଲଗ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅଧିକ ଗରମ ହେବ। ଜୁଲାଇ ଅଧାରୁ ଅଗଷ୍ଟ ମାସ ଅଧା ଯାଏ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ବର୍ଷା କମିବାର ସମ୍ଭାବନା ଅଛି। କାଳବୈଶାଖୀ ପ୍ରଭାବ ପରେ ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବନି। ମେ ୧ ତାରିଖରୁ ସାମାନ୍ୟ କମିପାରେ। ଉପକୂଳ ଜିଲ୍ଲାରେ ମେ ମାସ ୩ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ।

Comments are closed.