Latest Odisha News

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା; ରାଜ୍ୟର ଉପକୂଳ ଗୁଡିକର ବଢିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟରେ ସମଗ୍ର ଭାରତ । ଦେଶର ମୁମ୍ବାଇ, ଦିଲ୍ଲୀ ଭଳି ପ୍ରମୁଖ ସହର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତକାଲି ଦେଶର ସମସ୍ତ ପ୍ରମୁଖ ରେଳ ଷ୍ଟେସନଗୁଡିକ ସହ ଭୁବନେଶ୍ବର ରେଳ ଷ୍ଟେସନରେ ମଧ୍ୟ ଫ୍ଲାଗ୍ ମାର୍ଚ୍ଚ ସହ ଲୋକଙ୍କୁ ସତର୍କ କରାଯାଇଛି ।

ଏନେଇ ଆଜି ରାଜ୍ୟରେ ଉପକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବୋଟ୍ ଯୋଗେ ସାମୁଦ୍ରିକ ଥାନା ପୋଲିସ ଓ ନାଭାଲ କର୍ମଚାରୀଙ୍କ ସହଯୋଗରେ ଦେବୀ ନଦୀ ମୁହାଣ ଏବଂ ସାମୁଦ୍ରିକ ପଥ ମଧ୍ୟରେ ପାଟ୍ରୋଲିଂ କରାଯାଉଛି ।

ପାଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀମାନେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଓ ସେମାନଙ୍କ ପରିଚୟପତ୍ରକୁ ଯାଞ୍ଚ କରୁଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ନଦୀ କିମ୍ବା ସମୁଦ୍ରରେ ଦେଖିଲେ ସାମୁଦ୍ରିକ ଥାନାକୁ ସୂଚନା ଦେବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ସେହିପରି, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ଆଧାର କାର୍ଡ ସାଙ୍ଗରେ ନେଇ ଯିବାକୁ ପୋଲିସ କର୍ମଚାରୀ ମାନେ ପରାମର୍ଶ ଦେଇଛନ୍ତି ।

Comments are closed.