Latest Odisha News

୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ୍ ସହ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର । ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ନୂଆ ଦର । ଫଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୯୨୬ରୁ ବଢ଼ି ୯୭୬ ଟଙ୍କା ହୋଇଛି ।

୨୦୨୧ ଅକ୍ଟୋବର ୬ ତାରିଖରେ ଦେଶରେ ଶେଷ ଥର ବଢ଼ିଥିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ । ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିଲା । ଏବେ ୯୪୯.୫୦ ଟଙ୍କାରେ ପହଞ୍ଚିଛି । କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍‌ ୯୨୬ ଟଙ୍କାରୁ ବଢ଼ି ୯୭୬ ଟଙ୍କା ହୋଇଛି । ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ଦାମ୍ ୮୯୯ଟଙ୍କାରୁ ବଢ଼ି ୯୪୯ ଟଙ୍କା ହୋଇଛି ।

ଦୀର୍ଘ ଦିନର ବ୍ୟବଧାନ ପରେ  ଏକାସଙ୍ଗେ ପେଟ୍ରୋଲ, ଡିଜେଲ ଓ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍‌  ବଢ଼ିଥିବାରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । ଆଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବଢ଼ିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.