Latest Odisha News

BREAKING NEWS

ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

୧୩୭ ଦିନ ପରେ ବଢ଼ିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଚାରି ମାସ ପରେ ତୈଳ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ଲେଖାଏ ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର ।

ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟ୍ର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ଦାମ୍ ୯୨ ଟଙ୍କା ୪୮ ପଇସା ହୋଇଯାଇଛି । ଗତକାଲି ପେଟ୍ରୋଲ୍ ଦାମ୍ ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ୍ ଦାମ୍ ୯୧ଟଙ୍କା ୬୨ ପଇସା ଥିଲା ।

ଦିଲ୍ଲୀରେ ଆଜି ପେଟ୍ରୋଲ ଦାମ୍ ୯୬ଟଙ୍କା ୨୧ ପଇସା ଓ ଡିଜେଲ୍ ଦାମ୍ ୮୭ଟଙ୍କା ୪୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ୍ ୧୧୦ଟଙ୍କା ୭୮ ପଇସା ଓ ଡିଜେଲ୍ ଦାମ୍ ୯୪ ଟଙ୍କା ୯୪ ପଇସା ହୋଇଛି । ଗତବର୍ଷ ନଭେମ୍ବର ମାସରେ ଶେଷ ଥର ବଢ଼ିଥିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ ।

Leave A Reply

Your email address will not be published.