Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ

ଘର, ଅଫିସ ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଆନନ୍ଦପୁରରେ ଥିବା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ ।

ଭଦ୍ରକ ଟାଉନରେ ଏକ ମହଲା ବିଶିଷ୍ଟ ଘରେ ରେଡ୍ ଚାଲିଛି । ଭୁବନେଶ୍ୱରରେ ବି ରେଡ୍ ଚାଲିଛି । ଚନ୍ଦ୍ରଶେଖରପୁର ଶ୍ୟାମ୍ ଏନକ୍ଲେଭରେ ଫ୍ଲାଟ୍ ଅଛି । କେନ୍ଦୁଝର ନନ୍ଦିପୁର ଥାନା ଅ୍ତର୍ଗତ ବେତିରାରେ ପୈତୃକ ଘର, ଯାଜପୁର କୁଆଖିଆ ମଠସାହିରେ ସମ୍ପର୍କୀୟ ଘେର ଚଢ଼ାଉ ହୋଇଛି ।

ଖୋର୍ଦ୍ଧା ବାଲିଅନ୍ତାରେ ଥିବା ଆଉଟ୍ ହାଉସ୍, ଆନନ୍ଦପୁର ଥାନା ଶୁଡୁଶୁଡିଆରେ ଥିବା ଆଉଟ୍ ହାଉସରେ ବି ରେଡ୍ କରାଯାଇଛି । ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୫ ଜଣ ଇନିସପେକ୍ଟର ଓ ୩ ଜଣ ଏଏସଆଇ ସାମିଲ ଅଛନ୍ତି ।

 

Leave A Reply

Your email address will not be published.