ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ସାଙ୍ଗକୁ ମହଙ୍ଗା ମାଡ଼। ଦେଶର ତୈଳ ବଜାର ଏଚପିସିଏଲ, ବିପିସିଏଲ, ଆଇଓସି ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।
ସମସ୍ତ ରାଜ୍ୟରେ ଟ୍ୟାକ୍ସର ପରିମାଣ ଅଲଗା ଅଲଗା ରହିଥାଏ ତେଣୁ ଦାମରେ ମଧ୍ୟ ପାର୍ଥକ୍ୟ ଆସିଥାଏ ।
ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ବିନା ସବସିଡି ସିଲିଣ୍ଡରର ଦର ୧୧ ଟଙ୍କା ୫୦ ପଇସା ମହଙ୍ଗା ହୋଇ ୫୯୩ ଟଙ୍କା ହୋଇଛି । କୋଲକାତାରେ ୩୧ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୬୧୬ରେ ପହଞ୍ଚିଛି, ମୁମ୍ବାଇରେ ୧୧ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୫୯୦.୫୦ ପଇସାରେ ପହଞ୍ଚିଛି, ଚେନ୍ନାଇରେ ୩୭ ଟଙ୍କା ମହଙ୍ଗା ହୋଇ ୬୦୬.୫୦ ଟଙ୍କାରେ ପହଞ୍ଚିଛି ।
ଅପରପକ୍ଷରେ ୧୯ କିଲୋଗ୍ରାମ ସିଲିଣ୍ଡର ଦାମ ୧୧୦ ଟଙ୍କା ବୃଦ୍ଧି ପାଇ ୧୧୩୯ ଟଙ୍କା ୫୦ ପଇସା ହୋଇଥିବା ସୂଚନା ମିଳିଛି।
Comments are closed.