Latest Odisha News

BREAKING NEWS

ଗଞ୍ଜାମରୁ ବେଆଇନ୍ କରତ କଳ ଯନ୍ତ୍ରାଂଶ ସହ ୪ ଲକ୍ଷ ମୂଲ୍ୟର କାଠ ଗଣ୍ଡି ଜବତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରି ଗ୍ରାମ ଉପକଣ୍ଠରେ ବେଆଇନ୍ ଭାବେ ଚାଲିଥିବା ଏକ କରତ କଳ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇ ବେଆଇନ କରତ କଳର ସମସ୍ତ ଯନ୍ତ୍ରାଂଶ, ଜେନେଟର, ସହ ୫୦ ଫୁଟରୁ ଉର୍ଦ୍ଧ୍ବ କାଠ ଗଣ୍ଡି ଜବତ କରି ଖଲ୍ଲିକୋଟ ରେଞ୍ଜର ଅଫିସକୁ ନିଆ ଯାଇଥିବା ସୂଚନା ମିଳିଛି।

ଏହାର ପାଖାପାଖି ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

Leave A Reply

Your email address will not be published.