Latest Odisha News

BREAKING NEWS

୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ମହଙ୍ଗା ହେଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର । ଏବେ ସିଲିଣ୍ଡର ପିଛା ଦର ୫୦ ଟଙ୍କା ମହଙ୍ଗା ହୋଇଛି । ସବସିଡି ଗ୍ୟାସ୍‌ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ, ରବିବାର ମଧ୍ୟ ରାତ୍ରରୁ ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି । ବର୍ଦ୍ଧିତ ଦର କେବଳ ରାଜଧାନୀ ଦିଲ୍ଲୀରେ ଲାଗୁ ହେବ । ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଓଜନର ସବସିଡାଇଜଡ୍‌ ଗ୍ୟାସ ସିଲଣ୍ଡର ପିଛା ଦର ୭୬୯ ଟଙ୍କାରେ ପହଞ୍ଚିବ।

ରାଜଧାନୀ ଦିଲ୍ଲୀରେ ସବସିଡି ଥିବା ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୭୬୯ ଟଙ୍କା ହୋଇଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି ।

Leave A Reply

Your email address will not be published.