Latest Odisha News

BREAKING NEWS

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ବୁଧବାର ଋଷ ପକ୍ଷରୁ କୁହାଯାଇଛି, ପୁଟିନଙ୍କୁ ହତ୍ୟା ଉଦ୍ୟମ ପାଇଁ ଗତକାଲି ରାତିରେ କ୍ରେମଲିନ୍ ଉପରେ ୨ଟି ଡ୍ରୋନରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣକୁ ଋଷ ଆତଙ୍କବାଦୀ ଆକ୍ରମଣ ଅଭିହିତ କରିଛି । ଋଷ କହିଛି, ୟୁକ୍ରେନ୍ ପକ୍ଷରୁ ଆକ୍ରମଣ ପାଇଁ ବ୍ୟବହୃତ ୨ ଡ୍ରୋନକୁ ସେନା ଗୁଳି କରି ନଷ୍ଟ କରି ଦେଇଛି ।

କ୍ରେମଲିନ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ମେ ଭିକ୍ଟ୍ରି ଡେ ପରେଡର ପୂର୍ବରୁ ଆକ୍ରମଣ ଉଦ୍ୟମ କରାଯାଇଥିଲା । ପୁଟିନଙ୍କ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ ହୋଇଥିବା ବେଳେ ତାଙ୍କର କିଛି ହୋଇନି । ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ । ମେ ଭିକ୍ଟ୍ରି ଡେ ପରେଡ୍ ନିର୍ଦ୍ଧାରିତ ସମୟରେ ହେବ ।

ଋଷର ଅଭିଯୋଗ ପରେ ୟୁକ୍ରେନ୍ କହିଛି, କିଛି କରିବାର ନାହିଁ । କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ୟୁକ୍ରେନ୍ କିଛି କରି ପାରିବ ନାହିଁ । ୟୁକ୍ରେନ୍, କ୍ରେମଲିନ୍ ଉପରେ ଆକ୍ରମଣ କରି ନାହିଁ । ଆମେ ଯୁଦ୍ଧ ଚାହୁଁ ନାହୁଁ ।

Leave A Reply

Your email address will not be published.