Latest Odisha News

BREAKING NEWS

ଏମିତି ବି ହୁଏ: କୋଟିପତି ମାଲିକ ଏବେ ଭିକାରୀ

ବ୍ରିଟେନ୍‌: ଭାଗ୍ୟ ମଣିଷ ସହିତ କି ଖେଳ ଖେଳିବ ତାକୁ କେହି ବି ଆକଳନ କରିବା କଷ୍ଟ । ଆମେ ସମସ୍ତେ ନିଜେ ନିଜ କାମ କରିଥାଉ ଆଗକୁ ବଢିବା ପାଇଁ । ସେ ଭିତରୁ କାହାକୁ ଢେର ସଫଳତା ମିଳେ ତ ଆଉ କାହାକୁ ହତାଶ ହେବାକୁ ପଡ଼େ । ଏମିତି ଏକ ଭାଗଚକ୍ରରେ ପେଶି ହୋଇଥିବା ବ୍ୟକ୍ତିର କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢିଲା ପରେ ଆପଣ ନିଶ୍ଚୟ ସେ ବିଷୟରେ ବାରମ୍ବାର ଭାବିବାକୁ ବାଧ୍ୟ ହେବେ । ବ୍ରିଟେନର ଜଣେ ବ୍ୟକ୍ତି ନିଜର ସାମାନ୍ୟ ଭୁଲ ପାଇଁ କୋଟିପତି ଥିବା ସତ୍ତ୍ୱେ କିଭଳି କାଙ୍ଗାଳ ହୋଇଗଲେ ଜାଣନ୍ତୁ ।

ବ୍ରିଟେନରେ ରହୁଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ଜନ ମ୍ୟାକଗିନିସ୍ । ଯେତେବେଳେ ତାଙ୍କର ଭାଗ୍ୟ ପୂରା ଉଜ୍ଜ୍ୱଳ ଥିଲା, ସେତେବେଳେ ତାଙ୍କ ପାଖରେ ଏତେ ସମ୍ପତ୍ତି ଥିଲା ଯେ ସେ ତାକୁ ସମ୍ଭାଳି ପାରୁ ନ ଥିଲେ । କିନ୍ତୁ ସମୟ ଚକ୍ରରେ ବଦଳିଗଲା ସ୍ଥିତି । ଜନ୍‌ଙ୍କ ଜୀବନରେ ଦିନେ ଏମିତି ଏକ ସମୟ ଆସିଲା ଯେ, ସୁଅ ମୁହଁରେ ପତର ଭଳି ସେ କୋଟିପତିରୁ ହଠାତ୍ ଭିକାରୀ ହୋଇଗଲେ ।

୧୯୯୭ ମସିହାର କଥା । ଜନଙ୍କ ଭାଗ୍ୟରେ ଲାଗିଲା ୧୦୦ କୋଟି ଟଙ୍କାର ଲଟେରି । ନିଜେ ନିଜର ମନର ଡ଼ାକକୁ ଗୁରୁତ୍ୱ ଦେଇ ବିଭିନ୍ନ ନାମିଦାମି କମ୍ପାନୀ କାର କିଣିବା ରେ ଲାଗି ପଡ଼ିଲେ । ଏଥିସହ ନିଜେ ରହିବା ପାଇଁ ପ୍ରାୟ ୧୫ କୋଟି ମୂଲ୍ୟର ବିରାଟକାୟ ବଙ୍ଗଳା କିଣିଥିଲେ । ଏହା ବ୍ୟତୀତ ୫ କୋଟି ଟଙ୍କାର ସି’ ଫେସିଂ ଆପାର୍ଟମେଣ୍ଟ କିଣିବା ପରେ ସେ ତାଙ୍କ ପରିବାର ପାଇଁ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ । ବିନା ଯୋଜନାରେ ଟଙ୍କା ବିନିଯୋଗ କରିଥିବାରୁ ଧୀରେ ଧୀରେ ସବୁ ଜିନିଷ ତାଙ୍କ ହାତରୁ ଖସିଗଲା ।

ଜନ୍ ସ୍ୱୀକାର କରିଛନ୍ତି ଯେ, ସେ କେବଳ ବିଳାସପୂର୍ଣ୍ଣ କାର କିମ୍ବା ଘର କିଣି ନାହାନ୍ତି ବରଂ ଅନେକ ବିଳାସପୂର୍ଣ୍ଣ ସ୍ଥାନରେ ଛୁଟି କଟାଇ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସେ କିପରି ଭାବରେ ତାଙ୍କ ଶପିଂ ବିଲ ଦେବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।

Leave A Reply

Your email address will not be published.