Latest Odisha News

BREAKING NEWS

ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ‘ବିଶ୍ୱ ପଖାଳ ଦିବସ’ ପାଳିତ

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ପରିସରର ଉତ୍କଳ ରଙ୍ଗ ମଞ୍ଚଠାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ ମହାପାତ୍ର ମୁଖ୍ୟ ଅତିଥି , ଦାଶରଥୀ ସାମନ୍ତରାୟ ସମ୍ମାନିତ ଅତିଥି ଭାବରେ ଏବଂ ତାଙ୍କ ସହ ଶୈଳେଶ୍ଵର ନନ୍ଦ, ଅସିତ ମହାନ୍ତି, ସୁଦର୍ଶନ ସାହୁ ପ୍ରମୁଖ ଅନ୍ୟତମ ଅତିଥି ଯୋଗ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି, ସଂସ୍କୃତି ଓ ପରମ୍ପରା ବିଶ୍ୱ କଲ୍ୟାଣ ପାଇଁ ଉର୍ଦ୍ଧିଷ୍ଟ ଏବଂ ତାଙ୍କ ସଂସ୍କୃତିରେ ପଖାଳ ବ୍ୟଞ୍ଜନର ପରମ୍ପରା ଆଦିମ କାଳରୁ ରହି ଆସିଛି ଯାହା ପ୍ରତ୍ୟେକ ଓଡ଼ିଆ ଘରର ପରିଚୟ ଅ୍ରଟେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସମ୍ପାଦକ ନାରାଯଣ ମହାପାତ୍ର ଏହି ଉତ୍ସବକୁ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନଙ୍କ ଧନ୍ଯବାଦ ଅର୍ପଣ ସହ ପରିଶେଷରେ ଯୋଗ ଦେଇଥିବା ଜଗନ୍ନାଥ ସଂସ୍କୃତି ପରିଷଦର କର୍ମକର୍ତ୍ତା ଓ ଜଗନ୍ନାଥ ପ୍ରେମୀଙ୍କୁ ଅବଢା ପଖାଳ ଓ ବାଞ୍ଜନରେ ଆପାୟିତ କରାଯାଇଥିଲା ।

Leave A Reply

Your email address will not be published.