Latest Odisha News

ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା; ମୃତ୍ଯୁ ସଂଖ୍ଯା ୮ ଛୁଇଁଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ଯୁ ସଂଖ୍ଯା ୮ ଛୁଇଁଛି। ଏପଟେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ ବିଲ୍ଡିଂରେ ଅନେକ ଲୋକ କାମ କରୁଥିଲେ। ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

କୋଠା ଭୁଶୁଡ଼ିବା ପୂର୍ବରୁ ଭିତରେ କାମ କରୁଥିବା ଲୋକମାନେ ପ୍ରାୟ ୧୫ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ ବୋଲି ଜଣାପଡିଛି।

ଅପରପକ୍ଷରେ ଟ୍ରାନ୍ସପୋର୍ଟ ନଗର ବ୍ୟାପାର ମଣ୍ଡଳ ଏବଂ ଗୋଦାମର ମୁଖପାତ୍ର ରାଜନାରାୟଣ ସିଂ କହିଛନ୍ତି ଯେ ଭୀଷଣ ବର୍ଷା ଯୋଗୁଁ ଭିତ୍ତିପ୍ରସ୍ତର ଦୁର୍ବଳ ହେବା କାରଣରୁ କୋଠା ଭୁଶୁଡି ପଡିଛି। ଏ ସମ୍ପର୍କରେ ଅନେକ ଥର ଅଭିଯୋଗ କରାଯାଇଥିଲା କିନ୍ତୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇନଥିଲେ।

 

Comments are closed.