Latest Odisha News

BREAKING NEWS

ପିଚକାରୀ ସହ ମିଳୁଛି ବାଲ୍ଟି, ଦାମ ଶୁଣି ଉଡିଯିବ ହୋସ୍

ଲକ୍ଷ୍ନୌ: ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ । ରାତି ପାହିଲେ ହୋଲି । କିନ୍ତୁ ହୋଲି ପୂର୍ବରୁ ଗାଁ ଗାଁରେ ଜମୁଛି ଦୋଳ ମେଳଣ । ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣୀମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେବେ ।

ରଙ୍ଗର ପର୍ବ ଏହି ହୋଲି ବିନା ପିଚକାରୀରେ ଶୋଭା ପାଏନି । ହୋଲି ଖେଳ ହେବ ତା ବି ପୁଣି ପିଚକାରୀ ବିନା, ଏଇଟା ସମ୍ଭବ ହିଁ ନୁହେଁ । ସେଥିପାଇଁ ବଜାରରେ ଭିନ୍ନ ଭିନ୍ନ ରଙ୍ଗର ଫଗୁ ମିଳୁଥିବା ସହ ବିଭିନ୍ନ ରଙ୍ଗର ପିଚକାରୀ ମଧ୍ୟ ଉପଲବ୍ଧ । ତେବେ ଦୋକାନରେ ବିଭିନ୍ନ ପ୍ରକାରର ପିଚକାରୀ ମିଳୁଥିବା ବେଳେ ଆମେ ଆପନଙ୍କୁ ସବୁଠାରୁ ଦାମୀ ପିଚକାରୀ ବିଷୟରେ କହିବୁ । ଆଜ୍ଞା ହଁ ଲକ୍ଷ୍ନୌରେ ମିଳୁଛି ଏହି ପିଚକାରୀ । କିନ୍ତୁ ପିଚକାରୀର ଦାମ୍ ଶୁଣି ଆପଣଙ୍କ ହୋସ୍ ଉଡିଯିବ । ଗୋଟେ ପିଚକାରୀର ଦାମ୍ ହେଉଛି ଲକ୍ଷେ ଟଙ୍କା । ଏହି ଲକ୍ଷେ ଟଙ୍କିଆ ପିଚକାରୀଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହୋଲି ଉପଲକ୍ଷେ ଏହି ସ୍ବତନ୍ତ୍ର ପିଚକାରୀ ପ୍ରସ୍ତୁତ କରାଯାଇଛି । ଲକ୍ଷ୍ନୌର ଜଣେ ସୁନା ବ୍ୟବସାୟୀ ଖାଲି ରୂପାରେ ଏହି ପିଚକାରୀଟି ତିଆରି କରିଛନ୍ତି । ଏହି ରୂପାର ପିଚକାରୀରେ ଅତି ସୁନ୍ଦର କାରୁକାର୍ଯ୍ୟ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ଏହି ପିଚକାରୀ ସହ ଗୋଟେ ବାଲଟି ମଧ୍ୟ ମିଳୁଛି । ଏନେଇ ସୁନା ବ୍ୟବସାୟୀ ଆଦେଶ ଜୈନ କହିଛନ୍ତି ଯେ, ଏହି ସ୍ବତନ୍ତ୍ର ପିଚକାରୀ ଆମ ପୁରୁଣା ପରମ୍ପରାର ପ୍ରତୀକ । ଏହାକୁ ବିବାହ କାର୍ଯ୍ୟରେ ବହୁଳ ଭାବରେ ଉପହାର ସ୍ବରୁପ ଦିଆଯାଏ । ଏହି ସ୍ବତନ୍ତ୍ର ପିଚକାରୀର ଦାମ ୮୦୦୦ରୁ ଆରମ୍ଭ ହୋଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

 

Leave A Reply

Your email address will not be published.