ମସ୍କୋ: ରୁଷର ଚନ୍ଦ୍ର ଅଭିଯାନକୁ ଶକ୍ତ ଧକ୍କା ଲାଗିଛି । ଲୁନା-୨୫ ଚନ୍ଦ୍ରରେ କ୍ରାଶ ହେବା ଫଳରେ ଏଥିସହ ଜଡିତ ବୈଜ୍ଞାନିକମାନେ ଭାଙ୍ଗି ପଡିଛନ୍ତି । ଏପରିକି ୯୦ ବର୍ଷୀୟ ବୈଜ୍ଞାନିକ ତଥା ଆଷ୍ଟ୍ରୋନମର ମିଖାଇଲ ମାରୋବ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୋ ପାଇଁ ଏହା ଶେଷ ସ୍ୱପ୍ନ ଥିଲା । ଏହାର ବିଫଳତା ମୁଁ ସହ୍ୟ କରିପାରୁ ନାହିଁ ବୋଲି ମିଖାଇଲ କହିଛନ୍ତି । ଲୁନା ୨୫ ଭୁଲ କକ୍ଷ ପଥକୁ ଯିବା ଫଳରେ ଏହା କ୍ରାଶ ହୋଇଥିଲା । ୪୭ ବର୍ଷ ପରେ ରୁଷ ଚନ୍ଦ୍ର ପୃଷ୍ଠ ନେଇ କୌଣସି ମିଶନ ଆରମ୍ଭ କରିଥିଲା । ୧୯୭୬ରେ ଲୁନା ୨୪ ଚନ୍ଦ୍ର ପୃଷ୍ଠରୁ ୧୭୦ ଗ୍ରାମ ଧୂଳି ନେଇ ସଫଳତାର ସହ ପୃଥିବୀପୃଷ୍ଠକୁ ଫେରିଥିଲା ।
ଚନ୍ଦ୍ରର ସାଉଥ ପୋଲ ନିକଟରେ ଲ୍ୟାଣ୍ଡିଂ କରିବା ପାଇଁ ଏବେ ସମସ୍ତ ଦେଶ ଚାହୁଁଛନ୍ତି । ଭାରତ ମଧ୍ୟ ଚନ୍ଦ୍ରାଯାନ ୩କୁ ଏହି ଅଭିଯାନରେ ଲଗାଇଛି । ଶିକାଗୋ ୟୁନିଭରସିଟି ଅର୍ଥନୀତିଜ୍ଞ କୋସିଂଟନ ସୋନିନ କହିଛନ୍ତି ଲୁନା ୨୪ ରୁଷର ଏକ ମହତ୍ୱକାଂକ୍ଷୀ ପ୍ରୋଜେକ୍ଟ ଥିଲା । ଏହାର ବିଫଳତା ନିଶ୍ଚିତ ଭାବେ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ ବାଧି ଥିବ । ସେ କୌଣସି ପ୍ରକାର କାରଣ ଦର୍ଶାଇ ବୈଜ୍ଞାନିକମାନଙ୍କୁ ଦଣ୍ଡିତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।
Comments are closed.