Latest Odisha News

BREAKING NEWS

ବିମାନ ଭିତରେ ହେଲା ରକ୍ତବାନ୍ତି; ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ନାଗପୁର:ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ରକ୍ତବାନ୍ତି ହେଲା । ଏତେ ପ୍ରବଳ ବାନ୍ତି ହେଲା ଯେ ସେହିଠାରେ ଟଳି ପଡିଲେ । ମଝି ଆକାଶରେ ଚାଲିଗଲା ଜୀବନ । ଗତକାଲି ରାତିରେ ଇଣ୍ଡିଗୋ ବିମାନରେ ଘଟିଛି ଏପରି ଅଘଟଣ ।

ଇଣ୍ଡିଗୋ ଏୟାରଲାଇନ୍ସର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ ବିଳମ୍ବିତ ରାତିରେ ହଠାତ ଜଣେ ଯାତ୍ରୀଙ୍କର ଦେହ ଅସୁସ୍ଥ ହୋଇପଡିଲା । ଏହାପରେ ଫ୍ଲାଇଟକୁ ନାଗପୁରରେ ଏମର୍ଜେନ୍ସି ଲାଣ୍ଡିଂ କରାଇବାକୁ ପଡିଲା । ତେବେ ଦୁଃଖର କଥା, ରୋଗୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଫ୍ଲାଇଟ ନାଗପୁରୁ ରାଞ୍ଚି ଅଭିମୁଖେ ଉଡାଣ ଭରିଥିଲା ।

ମିଳିଥିବା ସୂଚନା ଅନୁସାରେ,  ମୁମ୍ବାଇରୁ ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନରେ ୬୨ ବର୍ଷୀୟ ଯାତ୍ରୀଙ୍କର ହଠାତ ଦେହ ଅସୁସ୍ଥ ହୋଇପଡିଲା ।  ବିମାନ ଭିତରେ ରକ୍ତବାନ୍ତି ହେଇଥିଲା । ତୁରନ୍ତ ଫ୍ଲାଇଟକୁ ନାଗପୁର ବିମାନ ବନ୍ଦରରେ ଅବତରଣ କରାଗଲା । ବିମାନବନ୍ଦରରୁ ତାଙ୍କୁ ସାଙ୍ଗେ ସାଙ୍ଗେ  ଡାକ୍ତରଖାନାକୁ ନିଆଯାଇଥିଲା ।  ହେଲେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ବିମାନ ଭିତରେ ହିଁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ ।

ମୃତ ବ୍ୟକ୍ତିଙ୍କ ନାମ ଦେବାନନ୍ଦ ତିୱାରୀ । କୁହାଯାଉଛି ସେ ଟ୍ୟୁବରକଲୋସିସ ଏବଂ କ୍ରୋନିକ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ବିମାନ ଯାତ୍ରା ସମୟରେ ତାଙ୍କର ପ୍ରବଳ ରକ୍ତ ବାନ୍ତି ହୋଇଥିଲା । ଏତେ ବାନ୍ତି ହେଲା ଯେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତଦେହକୁ ସରକାରୀ ମେଡକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଛି । ସେଠାରେ ଆବଶ୍ୟକ ପ୍ରକ୍ରିୟା ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ ।

ବିମାନ ବନ୍ଦରରୁ କୌଣସି ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନା ନିଆଯିବା ଏହା ୨ୟ ଘଟଣା । ଏହାପୂର୍ବରୁ ଜଣେ ୪୦ ବର୍ଷ ବୟସ୍କ ପାଇଲଟଙ୍କର ମଝି ଆକାଶରେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.