Latest Odisha News

BREAKING NEWS

ପ୍ରଶଂସକ ଆଶ୍ୱସ୍ତ, ନିଗିଡି କହିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମ୍ୟାଚ ଅବସରରେ ଏକ ବଡ ଅଘଟଣା ଘଟିଥିଲି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକାର ପେସ ବୋଲର ଲୁଙ୍ଗି ନିଗିଡି ଏହି ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ । ଫିଲ୍ଡିଂ କରୁଥିବା ବେଳେ ସେ ପଡି ଯାଇଥିଲେ ଏବଂ ତାଙ୍କ ବେକ ମାଡ ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ନିଗିଡିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସ୍କାନ ଏବଂ ଅନ୍ୟ ରିପୋର୍ଟରେ ଏହି ଆଘାତ ଗୁରୁତର ନ ଥିବା ଜଣା ପଡିଥିଲା ।

ଏବେ ରବିବାର ନିଗିଡି ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୋଷ୍ଟ କରିଛନ୍ତି । ମେସେଜ ପାଇଁ ଧନ୍ୟବାଦ । ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ବୋଲି ସେ କହିଛନ୍ତି । ଯାହାକୁ ନେଇ ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଚେୟାରମ୍ୟାନ କିରଣ କୁମାର ଗାନ୍ଧୀ ତାଙ୍କୁ ଡାକ୍ତଖାନାରେ ଭେଟିଥିଲେ । ରିପୋର୍ଟ ମୁତାବକ ନିଗିଡିଙ୍କୁ ଡାକ୍ତରଖାନାରୁ ଛୁଟି ମଧ୍ୟ ମିଳିଛି । ଏହି ମ୍ୟାଚରେ ଦିଲ୍ଲୀ ୨୬୫ ରନର ଲକ୍ଷ୍ୟ ରଖିଥିଲେ ମଧ୍ୟ ପଞ୍ଜାବ ଏହାକୁ ହାସଲ କରି ରେକର୍ଡ କରିଛି ।

Leave A Reply

Your email address will not be published.