Latest Odisha News

BREAKING NEWS

ଅଗଷ୍ଟ ୧୫’ରେ ବଜାରକୁ ଆସିବ ନୂଆ ମହିନ୍ଦ୍ରା ଥାର୍ !

ମୁମ୍ବାଇ: ଦେଶର ଅଗ୍ରଣୀ ଗାଡି ନିର୍ମାତା ମହିନ୍ଦ୍ରା ସ୍ୱାଧିନତା ଦିବସରେ ଲଂଚ କରିବ ଥାର୍‌ର ନୂଆ ଭର୍ସନ୍ । ଟେକ୍ନୋଲଜି, କମ୍ଫର୍ଟ ଓ ସେଫ୍‌ଟି ଫିଚର୍ସରେ ପରିବର୍ତ୍ତନ କରାଯାଇ ଏହି ଗାଡିକୁ ବଜାରରେ ପ୍ରବେଶ କରାଯିବ । ତେବେ ଅଫରୋଡ୍ କ୍ଷମତା ଓ ଆଇକନିକ୍ ଡିଜାଇନ୍‌ରେ ଏତେଟା ପରିବର୍ତ୍ତନ ହୋଇନାହିଁ ।

ଗ୍ରାହକଙ୍କ ଚାହିଦାକୁ ଦେଖି ଖାସ କରି ଗାଡିରେ ଆରାମଦାୟକ ସୁବିଧାକୁ ପ୍ରାଧାନ୍ୟତା ଦିଆଯାଇଛି । ଏହି ଗାଡିକୁ ଯେପରି ସମସ୍ତ ବର୍ଗର ଲୋକେ ପସନ୍ଦ କରିବେ, ସେ ନେଇ ସାମାନ୍ୟ ମୋଡିଫିକେସନ୍ ମଧ୍ୟ ହୋଇଛି । ତାଜା ସ୍ଥିତିରେ ମାର୍କେଟ୍‌ରେ ଉପଲବ୍‌ଧ ଥାର୍ ଗାଡିର ଦିଲ୍ଲୀ ଏକ୍ସ ସୋ-ରୁମ୍ ମୂଲ୍ୟ ୯.୭ ଲକ୍ଷରୁ ୯.୯୯ ଲକ୍ଷ ରହିଛି । ତେବେ ନୂଆ ଭର୍ସନର ଦାମ୍ ଏ ଯାଏଁ ସାମ୍ନାକୁ ଆସିନି ।

୨୦୧୦ରେ ମହିନ୍ଦ୍ରା କ୍ଲାସିକ୍ ମଡେଲ ବନ୍ଦ ହେବା ପରେ ଥାର୍ ବଜାରକୁ ଓହ୍ଲାଇଥିଲା । ସେବେଠୁ ଏହି ଗାଡି ନିଜର ସଫଳତମ ଯାତ୍ରା ବଜାୟ ରଖିଛି । ତେବେ ଅଗଷ୍ଟ ୧୫’ରେ ଲଂଚ ହେବାକୁ ଥିବା ଥାର୍‌ର ନୂଆ ଭର୍ସନ୍ ବି ଭାରତୀୟ ଗ୍ରହକଙ୍କୁ ଆକର୍ଷିତ କରିବ ବୋଲି କମ୍ପାନୀ ଆଶା ରଖିଛି ।

Leave A Reply

Your email address will not be published.