Latest Odisha News

BREAKING NEWS

ଭଗବାନଙ୍କ ପାଖରେ ନାହିଁ ଜାତି-ବର୍ଣ୍ଣ, ଏସବୁ ସୃଷ୍ଟି କରିଛନ୍ତି ପଣ୍ଡିତ: ମୋହନ ଭାଗବତ

ମୁମ୍ବାଇ: ଜାତିବାଦକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛି । କହିଛନ୍ତି, ଆମ ସମାଜକୁ ଭାଗ ଭାଗ କରି ଅନ୍ୟମାନେ ଫାଇଦା ଉଠାଇଛନ୍ତି । ଯାହାର ଫାଇଦା ନେଇ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି, ବାହାର ଲୋକ ଲାଭ ପାଇଛନ୍ତି । ଆମେ ସମସ୍ତ ଦେଶ, ସମାଜ ପାଇଁ କାମ କରୁଛୁ । ଯେତେବେଳେ ସମସ୍ତେ ସମାଜ ପାଇଁ କାମ କରୁଛୁ ତ କିଏ ଛୋଟ, କିଏ ବଡ଼ କେମିତି ହେବ ?

ମୋହନ ଭାଗବତ ଆହୁରି କହିଛନ୍ତି, ଭଗବାନ ସବୁବେଳେ କହିଛନ୍ତି ମୋ ପାଇଁ ସମସ୍ତେ ସମାନ । କୌଣସି ଜାତି, ବର୍ଣ୍ଣ ନାହିଁ । କିନ୍ତୁ ବ୍ରାହ୍ମଣ ପଣ୍ଡିତ ଶ୍ରେଣୀ ବା ବର୍ଗ ତିଆରି କରିଛନ୍ତି । ଯାହାକି ଭୁଲ୍ ଅଟେ । ଦେଶରେ ବିବେକ, ଚେତନା ଗୋଟିଏ । ଯେଉଁଥିରେ କୌଣସି ପାର୍ଥକ୍ୟ ନାହିଁ । ହିନ୍ଦୁ ଓ ମୁସଲମାନ ସମସ୍ତେ ସମାନ ବୋଲି କହିଛନ୍ତି ମୋହନ ଭାଗବତ ।

ଗତ କିଛିଦିନ ତଳେ ବାବା ରାମଦେବ କହିଥିଲେ, ‘ମୁସଲମାନଙ୍କ ଧର୍ମ ହେଉଛି କବଳ ନମାଜ ପଢ଼ିବା । ସେମାନଙ୍କ ଲାଗି କେବଳ ନମାଜ ପାଠ ଜରୁରୀ । ଆଉ ନମାଜ ପାଠ ପରେ କିଛି ବି କଲେ ଗ୍ରହଣ ଯୋଗ୍ୟ । ହିନ୍ଦୁ ଝିଅଙ୍କୁ ଅପହରଣ କରିବା ଅବା ଜିହାଦ ନାଁରେ ଆତଙ୍କବାଦୀ ସାଜି ଯାହା ଇଚ୍ଛା ତାହା କରିବା ।’

Leave A Reply

Your email address will not be published.