Latest Odisha News

BREAKING NEWS

କରନ ଜୋହର ସହ ଫିଲ୍ମ କରିବାକୁ ମନା କଲା ଲାଇକା ପ୍ରଡକ୍ସନ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଧର୍ମା ପ୍ରଡକ୍ସନ ଏବେ ଅସୁବିଧାରେ ବାରମ୍ବାର ପଡୁଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ ଏବଂ ଦୋସ୍ତାନା୨ରେ କାର୍ତିକ ଆର୍ଯ୍ୟନଙ୍କୁ ବାହର କରିବା ପରେ ଏହାର ମୂଖ୍ୟ କରନ ଜୋହରଙ୍କୁ ବିଭିନ୍ନ ମହଲରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶଂସକଙ୍କ ବିଶ୍ୱାସ ଭାଙ୍ଗୁଥିବାରୁ ଅନ୍ୟ ପ୍ରଡକ୍ସନ କମ୍ପାନୀ ତାଙ୍କଠାରୁ ଦୂରେଇ ଯାଉଛନ୍ତି ।

ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଦକ୍ଷିଣ ଭାରତର ବଡ ପ୍ରଡକ୍ସନ ହାଉସ ଲାଇକା ତାଙ୍କ ସହ ମିଶି ଫିଲ୍ମ କରିବା ପାଇଁ ଚୁକ୍ତି କରିବାକୁ ଯାଉଥିଲା । ତେବେ ଶେଷ ମୂହର୍ତରେ କମ୍ପାନୀରୁ ଏଥିରୁ ଓହରିଯାଇଛି । ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ଧର୍ମାନ ପ୍ରଡକ୍ସନ ଏବଂ ଲାଇକା ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ଯଦି ଲାଇକା ଓହରିଯାଏ ତାହାହେଲେ କରନଙ୍କ ସହ କେଉଁ ପ୍ରଡକ୍ସନ ହାଉସ ରହିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.