Latest Odisha News

BREAKING NEWS

ଭୁବନେଶ୍ବରରୁ ୭୪୫ ପଜିଟିଭ୍ ଚିହ୍ନଟ, ୩୯୯ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ବଢୁଥିବା ବେଳେ ଏବେ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୪୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୯୮ । ତେବେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୯୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଓଲ୍ଡ ଟାଉନରୁ ସର୍ବାଧିକ ୩୩ ଜଣ ଥିବା ବେଳେ, ଖଣ୍ଡଗିରିରୁ ୩୧, ନୟାପଲ୍ଲୀରୁ ୩୦, ଚନ୍ଦ୍ରଶେଖରପୁରରୁ ୨୧, ଲକ୍ଷ୍ମୀସାଗରରୁ ୧୮, ମଞ୍ଚେଶ୍ବରରୁ ୧୭, ବଡଗଡରୁ ୧୬, ଝାରପଡ଼ାରୁ ୧୮, ବରମୁଣ୍ଡାରୁ ୧୬, ଡୁମୁଡୁମାରୁ ୧୩, ଭିମଟାଙ୍ଗିରୁ ୧୧, ଜାଗମରାରୁ ୧୧, ନୀଳାଦ୍ରିବିହାରରୁ ୮ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୧୩ ଜଣ ଥିବା ବେଳେ, ଟଙ୍କପାଣି ରୋଡରୁ ୧୦, ଶୈଳଶ୍ରୀବିହାରରୁ ୮, ବରମୁଣ୍ଡାରୁ ୭, ମଞ୍ଚେଶ୍ବରରୁ ୬, ଚନ୍ଦ୍ରଶେଖରପୁରରୁ ୭, ଖଣ୍ଡଗିରିରୁ ୯ ଜଣ ଅଛନ୍ତି । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ହେଲେଣି ୩୯ ହଜାର ୨୩୭ ଜଣ । ସେହିପରି ୨୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସୁସ୍ଥ ହେଲେଣି ୩୪ ହଜାର ୨୦୨ ଜଣ । ବାକି ୪୭୬୩ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.