Latest Odisha News

BREAKING NEWS

ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ, ନେଇଥିଲେ କରୋନା ଭ୍ୟାକସିନର ପ୍ରଥମ ଡୋଜ

ମୁମ୍ବାଇ: ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଲୋକପ୍ରିୟ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଥିବା ଗୀତିକାର ଆଉ ନାହାନ୍ତି । ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପଣ୍ଡିତ କିରଣ ମିଶ୍ର କରୋନାରେ ଆକ୍ରାନ୍ତ ଥିଲେ । ଗତ ୧୩ ତାରିଖରେ ତାଙ୍କୁ ମୁମ୍ବାଇ ସେଭେନ ହିଲ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିଛି ଦିନ ପୂର୍ବରୁ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ କିରଣ ମିଶ୍ର । ଭ୍ୟାକସିନ୍ ନେବାର ଦୁଇ ଦିନ ଭିତରେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ।
କିରଣ ମିଶ୍ରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ତାଙ୍କର ରକ୍ତଚାପ ମଧ୍ୟ ବଢି ଯାଇଥିଲା । ସିଟି ସ୍କାନ ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଅଧିକ ଚିକିତ୍ସାରୁ ତାଙ୍କ ଫୁସଫୁସ ସମ୍ପୂର୍ଣ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଥିବା ଜଣାପଡିଥିଲା ବୋଲି କିରଣ ମିଶ୍ରଙ୍କ ପୁଅ ସ୍ବଦେଶ ମିଶ୍ର କହିଛନ୍ତି ।
Leave A Reply

Your email address will not be published.