Latest Odisha News

BREAKING NEWS

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମାଆ ଦୁର୍ଗାଙ୍କ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ମାଆ ଦୁର୍ଗାଙ୍କ କ୍ଷୁଦ୍ର ମୂର୍ତ୍ତି।

ଏଭଳି ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଯିଏକି ଦଶହରା ସମୟରେ ସବୁଠୁ ଛୋଟ ମୂର୍ତ୍ତି ନିର୍ମାଣ କରି ଏଥିରେ ରଙ୍ଗ ଦେଇଥିଲେ।

କାଠ ଓ ପଥରରେ ଏହି ମୂର୍ତ୍ତି ସବୁ ସେ ନିର୍ମାଣ କରିଥିଲେ। କାଠ ମୂର୍ତ୍ତିର ଉଚ୍ଚତା ୧.୩ ସେମି,ପଥର ମୂର୍ତ୍ତି ଉଚ୍ଚତା ୧.୩ ସେମି. ଓ ଚକ୍ ମୂର୍ତ୍ତି ଉଚ୍ଚତା ୧ ସେମି. ରହିଛି।

ବହୁ ପରିଶ୍ରମ କରି ସତ୍ୟ ଏଭଳି କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜ ନା ସ୍ଥାନିତ କରିପାରି ଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ କ୍ଷୁଦ୍ର ମୂର୍ତ୍ତି ଗଢି ରେକର୍ଡ ହାସଲ କରିଥିଲେ।

 

Comments are closed.