Latest Odisha News

BREAKING NEWS

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା ୩୦ମିନିଟରେ ତାମିଲନାଡୁର ଡିିଣ୍ଡିଗୁଲ୍ ଜିଲ୍ଲାରେ ଘଟିଥିଲା । ଜମି ବିବାଦକୁ ନେଇ ୮୦ ବର୍ଷୀୟ ଅଭିଯୁକ୍ତ ନଟରାଜନ ବେଶ ସହଜରେ ଅଣ୍ଟାରୁ ବନ୍ଧୁକ ବାହାର କରି ୩ଜଣଙ୍କୁ ଗୁଳିମାଡ କରିବା ଭଳି ଘଟଣା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ।

ପଲାନୀର ଅପ୍ପାର ରାସ୍ତାରେ ଘଟିଥିବା ଏହି ଘଟଣାରେ ଶୁଭ୍ରମନି ନାମକ ଜଣେ ବ୍ୟକ୍ତିଙ୍କର ପେଟରେ ଓ ପଲାନିସାମୀଙ୍କ ଜଙ୍ଘରେ ଗୁଳି ବାଜିଥିଲା । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମଦୁରାଇ ହସସ୍ପିଟାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗୁଳିମାଡ କରିଥିବା ୮୦ ବର୍ଷୀୟ ନଟରାଜନଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.