Latest Odisha News

BREAKING NEWS

କରୋନା ଛଡାଇ ନେଇଛି ପୂଜା ମଉଜ; ବିନା ଭକ୍ତରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଚଳିତ ଥର କରୋନା ଉଜାଡ଼ି ଦେଉଛି ପୂଜା ମଉଜ। ପ୍ରଥମେ ଦୁର୍ଗାପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା। ବିନା ଭକ୍ତରେ ଆରମ୍ଭ ହୋଇଛି ମାଆ ଗଜ ଲକ୍ଷ୍ମୀଙ୍କ ପୂଜା । ନା ଅଛି ଉତ୍ସାହ ନା ଅଛି ଯାକଜମକ।

କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପରେ ପାଳନ ହେଉଛି ମାଆଙ୍କ ପୂଜା ପୂଜା ମଣ୍ଡପ । ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମଉଜ ଉଜାଡି ଦେଇଛି କରୋନା କଟକଣା । ସରକାରୀ ଏସଓପି ପାଳନ କରି ଆରମ୍ଭ ହୋଇଛି ମାଆ ଗଜଲକ୍ଷ୍ମୀଙ୍କ ପୂଜା ।

ସବୁ ବର୍ଷ ପରି ଏଥର ରାସ୍ତାଘାଟରେ ଝଲସିବନି ରଙ୍ଗିନ ଆଲୋକମାଳ । ଦେଖିବାକୁ ମିଳିବନି ପୂଜା ବଜାରର ଗହଳିଚହଳି । କଟକଣା ମାନି କେବଳ ପରମ୍ପରା ପାଳନ କରିବାକୁ ପୂଜା କମିଟି ଗୁଡିକୁ ପ୍ରଶାସନର ନିର୍ଦ୍ଦେଶ ।

ଢେଙ୍କାନାଳ ସହରରେ ଚଳିତବର୍ଷ ୩୮ ଟି ପୂଜା ମଣ୍ଡପରେ ହେଉଛି ମାଆ ଗଜଲକ୍ଷ୍ମୀଙ୍କ ପୂଜା । ଆଜିଠାରୁ ମାଆଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା ୯ ତାରିଖରେ ମେଲାଣି ଦିଆଯିବ । ସର୍ବାଧିକ ୭ଜଣ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂଜା ସମ୍ପନ୍ନ ହେବ । ସାଧାରଣ ଭକ୍ତଙ୍କୁ ମଣ୍ଡପ ଆସିବା ମନା । ଚଳିତ ଥର କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ବଜାର ଦେଖିବାକୁ ମିଳିବ ନାହିଁ ।ବିସର୍ଜନ ମଧ୍ୟ ଜାକଜମକରେ ନ କରିବାକୁ କମିଟି ଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.